News Odia Baleswar

Call Directions

News Odia Baleswar Contact information, map and directions, contact form, opening hours, services, ratings, photos, videos and announcements from News Odia Baleswar, Real Estate, Balasore.

ଏ ଦୁନିଆଁରେ ପ୍ରତ୍ୟକ ଦିନ ଅନେକ ଘଟଣା ଘଟୁଛି ସେହିସବୁ ସତ୍ୟ ଘଟଣା କୁ ଆପଣ ମାନଙ୍କ, ସାମ୍ନା କୁ ଆଣିବା ଆମର ଲକ୍ଷ୍ୟ, ଆମ ସହ ଯୋଡ଼ିହେବା ପାଇଁ ଚାହୁଁଥିଲେ ଆମକୁ Follow କରନ୍ତୁ,
ଆମ ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ 7894515139

ବାଲେଶ୍ଵର ଚାନ୍ଦିପୁର ଠାରେ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ଙ୍କ ସହିତ ଆମ ବାଲିଆପାଳ ସାମ୍ବାଦିକ ଭାଇ ଭଉଣୀ
04/10/2026

ବାଲେଶ୍ଵର ଚାନ୍ଦିପୁର ଠାରେ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ଙ୍କ ସହିତ ଆମ ବାଲିଆପାଳ ସାମ୍ବାଦିକ ଭାଇ ଭଉଣୀ

04/10/2026
ଓଡ଼ିଶା ସାମ୍ବାଦିକ ୟୁନିୟନ (ଓ ୟୁ ଜେ )ପକ୍ଷରୁ ବାଲେଶ୍ଵର ଚାନ୍ଦିପୁର ଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
04/10/2026

ଓଡ଼ିଶା ସାମ୍ବାଦିକ ୟୁନିୟନ (ଓ ୟୁ ଜେ )ପକ୍ଷରୁ ବାଲେଶ୍ଵର ଚାନ୍ଦିପୁର ଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

03/10/2026

ଓଡ଼ିଶା ସାମ୍ୱାଦିକ ୟୁନିଅନ ର ରାଜ୍ଯ କାର୍ଯ୍ୟକାରୀଣି ବୈଠକ ଆସନ୍ତା 4 ତାରିଖ ରବିବାର ଦିନ 11 ଘଟିକା ସମୟରେ ଚାନ୍ଦିପୁର ବେଳାଭୂମି ସ୍ଥିତ ଇଣ୍ଟର୍ ନ୍ୟାସନାଲ ଟୋରିଜିମ ରିସୋର୍ଟ ପରିସରରେ ଅନୁଷ୍ଟିତ ହେବ

ଏହି ଅବସରରେ
ବିଶ୍ୱସନୀୟତାର ସଂକଟରେ ଗଣମାଧ୍ୟମ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଟିତ ହେବ।
ଏହି କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବରେଣ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ବିଧାୟକ ମାନସ କୁମାର ଦତ୍ତ, ଶିଳ୍ପପତି ସଂଗ୍ରାମ କୁମାର ଦାସ ପ୍ରମୁଖ ଯୋଗଦେବା ପାଇଁ ସଦୟ ସ୍ବୀକୃତି ପ୍ରଦାନ କରିଛନ୍ତି।। ଏହି ଅବସରରେ ୟୁନିଅନର ସଭାପତି ପ୍ରସନ୍ନ କୁମାର ମହାନ୍ତି ସଭାପତିତ୍ବ କରିବାର କାର୍ଯ୍ୟକ୍ରମ ରହିଛି।

ମାହାଙ୍ଗା ରେ ଭାରତୀୟ ଜନତା ପାର୍ଟି ନେତା ସୁମନ୍ତ କୁମାର ଘଡେ଼ଇ ଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ମାହାଙ୍ଗା ର ବିଜେଡି ଓ ସ୍ବାଧିନ  ଦଳ...
02/10/2026

ମାହାଙ୍ଗା ରେ ଭାରତୀୟ ଜନତା ପାର୍ଟି ନେତା ସୁମନ୍ତ କୁମାର ଘଡେ଼ଇ ଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ମାହାଙ୍ଗା ର ବିଜେଡି ଓ ସ୍ବାଧିନ ଦଳ ର ସମର୍ଥକ ମାନେ ବିଧିବଦ୍ଧ ଭାବେ ବିଜେପି ରେ ସାମିଲ ହୋଇଛନ୍ତି।ଆନନ୍ଦପୁର ଗ୍ରାମ ପଞ୍ଚାୟତ ରେ ଅନୁଷ୍ଟିତ ମିଶ୍ରଣ ପର୍ବ ରେ ମାହାଙ୍ଗା ଭାରତୀୟ ଜନତା ପାର୍ଟିର ଯୁବ ନେତା ସୁମନ୍ତ କୁମାର ଘଡେ଼ଇ ଯୋଗ ଦେଇ ଭାରତ ର ପ୍ରଧାନମନ୍ତ୍ରୀ ଓ ଓଡ଼ିଶା ର ମୁଖ୍ୟମନ୍ତ୍ରୀ କିଭଳି ସାଧାରଣ ପରିବାର ରୁ ଆସି ଦେଶ ଓ ରାଜ୍ୟ କୁ ସୁ ଶାସନ ପ୍ରଦାନ କରୁଛନ୍ତି ଆଲୋଚନା କରିଥିଲେ।ଭାରତୀୟ ଜନତା ପାର୍ଟି ସରକାର ଙ୍କ ଦ୍ଵାରା ଜନଆଦୃତ ଯୋଜନା ବିଷୟରେ ଆଲୋଚନା କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି କିଭଳି ଭଲ ପ୍ରଦର୍ଶନ କରିବ ସମସ୍ତେ ଏକ ମନ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ଏହି ମିଶ୍ରଣପର୍ବ ରେ ବହୁ ଯୁବକ,ବରିଷ୍ଠ ନାଗରିକ ଙ୍କ ସମେତ ବହୁ ଛାତ୍ର ଯୋଗ ଦେଇଥିଲେ।

ଚାନ୍ଦା ଆଦାୟ ମାମଲାରେ ୨ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣଜଳେଶ୍ୱର ଥାନା ପକ୍ଷରୁ ଚାନ୍ଦା ଆଦାୟ ଅଭିଯୋଗରେ ରୁଜୁ ହୋଇଥିବା ମାମଲାରେ ଦୁଇ ଜଣ ଅଭି...
01/10/2026

ଚାନ୍ଦା ଆଦାୟ ମାମଲାରେ ୨ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ
ଜଳେଶ୍ୱର ଥାନା ପକ୍ଷରୁ ଚାନ୍ଦା ଆଦାୟ ଅଭିଯୋଗରେ ରୁଜୁ ହୋଇଥିବା ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏନେଇ ଜଳେଶ୍ୱର ଥାନା କେସ୍ ନମ୍ବର ୫୭୫, ତାରିଖ ୨୬/୦୯/୨୦୨୬ରେ BNS ଧାରା ୩୦୮(୨)/୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ଅନ୍ତର୍ଗତ ଗୋବରଘାଟା ଗ୍ରାମର ଶରତ କୁମାର ସୋରେନଙ୍କ ପୁଅ ବାବୁ ଓରଫ ବିଜୟ କୁମାର ସୋରେନ (୨୮) ଏବଂ ପଶ୍ଚିମ ମେଦିନୀପୁର ଜିଲ୍ଲା ଦାନ୍ତୁନ ଥାନା ଅନ୍ତର୍ଗତ ମାଲପଡ଼ା ଗ୍ରାମର ସୂର୍ଯ୍ୟକାନ୍ତ ଘୋଷଙ୍କ ପୁଅ ଦେବୁ ଘୋଷ (୩୫)।
ପୋଲିସ ମାମଲାର ତଦନ୍ତ ସମୟରେ ଏକ ମାରୁନ୍ ରଙ୍ଗର ହଣ୍ଡା ସାଇନ ମୋଟରସାଇକେଲ, ଯାହାର ନମ୍ବର WB-35-F-2520, ଜବତ କରିଛି। ଏଥିସହ ନଗଦ ୧,୨୦୦ ଟଙ୍କା ଏବଂ ଦୁଇଟି ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି। ଜବତ ମୋବାଇଲ ମଧ୍ୟରେ ଗୋଟିଏ ଧଳା/ଆକାଶୀ ରଙ୍ଗର ଅପ ଏ3 ଏବଂ ଅନ୍ୟଟି ନୀଳ ରଙ୍ଗର ନଥିନଂ ଫୋନ୍ (2ଏ ) ରହିଛି।
ଏହି ମାମଲାରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲା ଦାନ୍ତୁନ ଥାନା ଅନ୍ତର୍ଗତ ଧୁମସାହି ଗ୍ରାମର ମୁସା ନାମକ ଅନ୍ୟ ଜଣେ ଅଭିଯୁକ୍ତ ଏଯାବତ୍ ଫେରାର ରହିଛି। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ସୂଚନା ଅନୁଯାୟୀ, ଲଗାତାର ଦୁଇ ଦିନରେ ଚାନ୍ଦା ଆଦାୟ ସମ୍ପର୍କିତ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ, ଏହି ଦୁଇଟି ମାମଲାରେ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

30/09/2026

ସହଦେବ ଖୁଣ୍ଟା ହିରୋ ସୋରୁମ ରେ ଅଗ୍ନିକାଣ୍ଡ ବାଲେଶ୍ୱର

30/09/2026

#ସହଦେବ ଖୁଣ୍ଟା ହିରୋ ସୋରୁମ ରେ ଅଗ୍ନିକାଣ୍ଡ( ବାଲେଶ୍ୱର)

Address

Balasore

Telephone

+917894515139

Website

Alerts

Be the first to know and let us send you an email when News Odia Baleswar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category