News Odia Baleswar

News Odia Baleswar Contact information, map and directions, contact form, opening hours, services, ratings, photos, videos and announcements from News Odia Baleswar, Real Estate, Balasore.

ଏ ଦୁନିଆଁରେ ପ୍ରତ୍ୟକ ଦିନ ଅନେକ ଘଟଣା ଘଟୁଛି ସେହିସବୁ ସତ୍ୟ ଘଟଣା କୁ ଆପଣ ମାନଙ୍କ, ସାମ୍ନା କୁ ଆଣିବା ଆମର ଲକ୍ଷ୍ୟ, ଆମ ସହ ଯୋଡ଼ିହେବା ପାଇଁ ଚାହୁଁଥିଲେ ଆମକୁ Follow କରନ୍ତୁ,
ଆମ ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ 7894515139

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ପୋଲିସ ଜଣେ ୧୨ ବର୍ଷୀୟା ନାବାଳିକା କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଅପହରଣ ଉଦ୍ୟମ କରିବା ଅଭିଯୋଗରେ ୨ ଜଣ ...
02/09/2026

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ପୋଲିସ ଜଣେ ୧୨ ବର୍ଷୀୟା ନାବାଳିକା କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଅପହରଣ ଉଦ୍ୟମ କରିବା ଅଭିଯୋଗରେ ୨ ଜଣ ନାବାଳକ ସମେତ ସମୁଦାୟ ୬ ଜଣଙ୍କୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ବଲାସିଙ୍ଗା ଗ୍ରାମର ମାନସିଂ କିସାନ ଓରଫ ମାନସ (୧୭),ବଳମ ଗ୍ରାମର ଲିଙ୍କନ ଭୁତିଆ (୧୭),କଞ୍ଚନପୁର ଗ୍ରାମର ଅରୁଣ କିସାନ (୧୮) ଏବଂ ବାଦଲ କିସାନ (୧୮),ବଳମ ଗ୍ରାମର ଗୁରୁଦେବ ବସନ୍ତରା ଓରଫ ରାହୁଲ (୧୮) ଏବଂ ଟିକେଶ୍ଵର ସାହୁ ଓରଫ ଟିଟୁ (୧୮) l ଏଥି ସହିତ ପୋଲିସ ସେମାନଙ୍କ ଠାରୁ ଗୋଟିଏ ଛୁରୀ,ଗୋଟିଏ ମୋବାଇଲ ଏବଂ ଦୁଇଟି ବାଇକ ଜବତ କରିଥିବା ଜଣା ପଡିଛି l ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ କିସିଣ୍ଡା ଥାନା ଅନ୍ତର୍ଗତ ବଲାସିଙ୍ଗା ଗ୍ରାମର ମାନସ କିସାନ ନାକଟିଦେଉଳ ଥାନା ଅନ୍ତର୍ଗତ ଡ଼ୁମାମହୁଲ ଗ୍ରାମର ଜଣେ ୧୨ ବର୍ଷୀୟା ନାବାଳିକା ର ଘର ମୋବାଇଲ ରେ ବାରମ୍ବାର ଫୋନ କରି ହଇରାଣ ହରକତ କରି ଆସୁଥିଲା l ଗତ ୩୦ ତାରିଖ ଅପରାହ୍ନ ରେ ମଧ୍ୟ ମାନସ ନାବାଳିକା ର ଘର ମୋବାଇଲ ରେ ଫୋନ କରିବାରୁ ସମ୍ପୃକ୍ତ ନାବାଳିକାର ମାଆ ମାନସ କୁ ତୁ କିଏ ତୋ ଘର କେଉଁଠି ବୋଲି ପଚାରିବାରୁ ସେ ଆଶାଳୀନ ଭାଷାରେ କଥା ବାର୍ତ୍ତା କରିଥିଲା l ଏହି ସମୟରେ ନାବାଳିକାର ପଡୋଶୀ ଘରର ଜଣେ ଯୁବକ ନାବାଳିକାର ମୋବାଇଲ ରୁ ଫୋନରେ ହଇରାଣ କରୁଥିବା ଯୁବକ ମାନସ ର ପରିଚୟ ମାଗିବାରୁ ଉଭୟଙ୍କ ମଧ୍ୟରେ ଫୋନରେ ଯୁକ୍ତିତର୍କ ହୋଇଥିଲା l ତେବେ ରାତ୍ରି ପ୍ରାୟ ୮ ଟା ସମୟରେ ମାନସ ଉପରୋକ୍ତ ତାର ଅନ୍ୟ ୫ଜଣ ସହଯୋଗୀ ଙ୍କୁ ସାଙ୍ଗରେ ଧରି ୨ ବାଇକ ରେ ଡ଼ୁମାମହୁଲ ଗ୍ରାମକୁ ଆସିଥିଲେ l ନାବାଳିକାର ବାପା ସୋନପୁର ରେ ରହି କାମ କରୁଥିବା ରୁ ସେ ଘରେ ଅନୁପସ୍ଥିତ ଥିବା ବେଳେ ମାନସ ଏବଂ ତାର ଅନ୍ୟ ୫ ସହଯୋଗୀ ନାବାଳିକାର ଘରେ ପଶି ସମ୍ପୃକ୍ତ ନାବାଳିକାର ଚୁଟି ଟାଣି ଘର ଭିତରୁ ରାସ୍ତା ଉପରକୁ ଘୋଷାଡ଼ି ଘୋଷାଡ଼ି ଆଣି ମାଡ଼ ମାରିବା ସହ ଛୁରୀ ଦେଖାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ l ତେବେ ନାବାଳିକା ଏବଂ ତାର ମାଆ ଏବଂ ଭଉଣୀ ପାଟି କରିବାରୁ ଗାଁ ଲୋକେ ସେଠାକୁ ପଳାଇ ଆସିବାରୁ ଅଭିଯୁକ୍ତ ମାନେ ସେଠାରୁ ଚମ୍ପଟ ମାରିଥିଲେ l ପୀଡିତା ନାବାଳିକା ଜଣଙ୍କ ନିଜ ମାଆ ଙ୍କ ସହିତ ସୋମବାର ସକାଳୁ ନାକଟିଦେଉଳ ଥାନାକୁ ଆସି ଅଭିଯୋଗ କରିଥିଲେ l ଅଭିଯୋଗ ପାଇବା ପରେ ପୋଲିସ ଏ ସମ୍ପର୍କ ରେ କେସ ନଂ ୧୩୧/୨୬ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସମ୍ପୃକ୍ତ ୬ଜଣ ଯାକ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ l ମଙ୍ଗଳବାର ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ରେଢ଼ାଖୋଲ କୋର୍ଟ ଚାଲାଣ କରାଯାଇଛି ବୋଲି ନାକଟିଦେଉଳ ଥାନା ଅଧିକାରୀ ଅମୁନସେନ କିରୋ କହିଛନ୍ତି l

ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଆଦନାର ଜଙ୍ଗଲରେ ବିଏସ୍‌ଏଫ୍‌ ଓ ନାରାୟଣପୁର ପୁଲିସର ମିଳିତ କମ୍ବିଂ ଅଭିଯାନ ବେଳେ ମାଓବାଦୀଙ୍କ ଏକ ଗୁ...
01/09/2026

ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଆଦନାର ଜଙ୍ଗଲରେ ବିଏସ୍‌ଏଫ୍‌ ଓ ନାରାୟଣପୁର ପୁଲିସର ମିଳିତ କମ୍ବିଂ ଅଭିଯାନ ବେଳେ ମାଓବାଦୀଙ୍କ ଏକ ଗୁପ୍ତ ଅସ୍ତ୍ର ଭଣ୍ଡାର ଠାବ ହୋଇଛି। ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନରୟଣପୁର ଜିଲ୍ଲା ଆଦନାର ଅଞ୍ଚଳରେ ମାଓ ଦମନ ଅପରେସନ୍‌ ସମୟରେ ଯବାନମାନେ ଜଙ୍ଗଲ ମଧ୍ୟରେ ଏକ ସନ୍ଦିଗ୍ଧ ସ୍ଥାନ ଚିହ୍ନଟ କରିଥିଲେ। ମାଟି ନିକଟରେ ଖୋଳାଯାଇଥିବା ଚିହ୍ନ ଦେଖି ସେମାନେ ଖୋଜାଖୋଜି ଆରମ୍ଭ କରିଥିଲେ। ତଲାସି ବେଳେ ମାଟି ତଳେ ଲୁଚାଇ ରଖାଯାଇଥିବା ବହୁ ପରିମାଣର ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଥିଲା। ଜବତ ସାମଗ୍ରୀ ମଧ୍ୟରେ ୧୦ଟି ରାଇଫଲ, ୨ଟି ବ୍ୟାରେଲ୍‌ ଗ୍ରେନେଡ୍‌ ଲଞ୍ଚର, ୧୩ଟି ଜୀବନ୍ତ ଗ୍ରେନେଡ୍‌ ସେଲ୍‌, ୧୬ଟି କାର୍ଟ୍ରିଜ୍‌ ଓ ପ୍ରାୟ ୨ କିଲୋଗ୍ରାମ ବିସ୍ଫୋରକ ରହିଛି। ସୁରକ୍ଷା ସଂସ୍ଥାମାନଙ୍କ ମତରେ, ଏହି ଅସ୍ତ୍ରଶସ୍ତ୍ର ମାଓବାଦୀଙ୍କ ଭବିଷ୍ୟତ କାର୍ଯ୍ୟକଳାପ ପାଇଁ ଗଚ୍ଛିତ ରଖାଯାଇଥିଲା। ବସ୍ତର ଅଞ୍ଚଳରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ ମଧ୍ୟରେ ଏହି ଜବତକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖାଯାଉଛି।

ଲୋକସଭାର ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଦୁର୍ଭାଗ୍ୟଜନକ ଏଫଆଇଆର ଏବଂ ଉତରାଖଣ୍ଡ ବିଜେପି କର୍ମୀଙ୍କ ବିରୋଧରେ ଏଏଫ...
01/09/2026

ଲୋକସଭାର ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଦୁର୍ଭାଗ୍ୟଜନକ ଏଫଆଇଆର ଏବଂ ଉତରାଖଣ୍ଡ ବିଜେପି କର୍ମୀଙ୍କ ବିରୋଧରେ ଏଏଫଆଇଆର ଦାବି କରି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ବରେ ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଶୋଭାଯାତ୍ରା ଜିଲ୍ଲା କଂଗ୍ରସ କାର୍ଯ୍ୟାଳୟ ଠାରୁ ବାହାରି ରାଜଘାଟ ଛକ ପର୍ଯ୍ୟନ୍ତ ଯାଇଥିଲା । ମାନ୍ୟବର ରାଷ୍ଟ୍ରୀୟ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ହଲଦ୍ବାନୀ ସମାବେଶ ସ୍ଥଳରେ ବିଜେପି/ କପି/ଆରଏସଏସ ଆରଏସ କର୍ମୀଙ୍କ ଦ୍ବାରା କରାଯାଇଥିବା ଅତ୍ୟନ୍ତ ଘୃଣ୍ୟ ଜାତିବାଦୀ ଶୁଦ୍ଧୀକରଣ ରାଜନୀତିର ପ୍ରତେ ପ୍ରତ୍ୟେକ୍ଷ ଅନୁପାଳନ ସ୍ୱରୂପ ଲୋକସଭା ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଏକ ପ୍ରସ ସମ୍ମିଳନୀରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରି ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠନ ଏବଂ ଏଏଫଆଇଆର ପଞ୍ଜୀକରଣ କରିବାକୁ ଦାବି କରିଥିଲେ । କିନ୍ତୁ ଦୁର୍ଭାଗ୍ୟଜନକ କ ଭାବେ ସମ୍ବିଧାନ ମୂଲ୍ୟବୋଧକୁ ଏଭଳି ଗୁରୁତର ମନେ ଅପ ପମାନ କରିଥି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତେ ବିଜେପି ଶାସିତ ଉତରାଖଣ୍ଡ ସରକାରଙ୍କ ଇସାରାରେ କାର୍ଯ୍ୟ କରୁଥିବା ଉତନ୍ତ୍ର ତରାଖଣ୍ଡ ପୁଲିସ ହଲଦ୍ବାନୀ ସିଟି କୋତଓ୍ୱାଲି ଅରକ୍ଷୀ ଥାନାରେ ଶ୍ରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଶ୍ଚର୍ଯ୍ୟଜନକ କ ଭାବେ ଏକ ମାମଲା ରୁଜୁ କରିଛି । ବିଜେପିର ଏହି ଜାତିବାଦି ଆଚରଣକୁ ପ୍ରତ୍ୟେକ୍ଷ ସମର୍ଥନ ଏବଂ ବିରୋଧୀ ଧୀ ଦଳ ଦଳ ନେତାଙ୍କୁ ଟାର୍ଗେଟ କରିବା ପାଇଁ ସରକାରୀ କଳର ନିର୍ଲଜ ଅପବ୍ଯବହାର ର ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି ଯେ; ସୋମ ଆଜିର ସମାଜରେ ସମାଜିକ ଅନ୍ୟାୟର ସବୁଠାରୁ ବଡ଼ ସୂତ୍ରଧର ଓ ସଂରକ୍ଷକ କ । ସେମାନେ ଦେଖାଇଦେଇଛନ୍ତି ଜାତିଭିତିକ ଭେଦଭାବ ଓ ଦଳିତଙ୍କ ଉପରେ ଅତ୍ୟାଚାର ସ୍ୱର ଉତୋଳନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଦବାଇବା ପାଇଁ ସେମାନେ ରାଜ୍ୟର ସମସ୍ତ ଶକ୍ତି ପ୍ରୟୋଗ କରିବେ । ଏହି ପ୍ରତିଶୋଧମୂଳକ ରାଜନୀତିକୁ ତୀବ୍ର ନିନ୍ଦା କରିବା ସହିତ ଉତରାଖଣ୍ଡ ଦୋଷୀ ବିଜେପି କର୍ମୀଙ୍କ ବିରୋଧରେ ରେ ତୁରନ୍ତ ରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା । ବରିଷ୍ଠ ନେତା ଦେବେନ୍ଦ୍ର ମହା ମହାନ୍ତି, ପ୍ରାକ୍ତନ ବିଧାୟକ ପଂଚାନନ ମଣ୍ଡଳ, ପିତବାସ ଧଳ, ପ୍ରଦ୍ୟୁମ୍ନ କୁମାର ଦାସ, ଅବଦୁଲ ଦୁଲ ମୋକିତ ଖାନ, ବିଜୟ ବାରିକ, ନାରୀନେତ୍ରୀ ଶର୍ମିଷ୍ଠା ପଣ୍ଡା, ରାଜକିଶୋର ମିଶ୍ର, ଧାମନଗର ବ୍ଲକ ବ୍ଲକ ସଭାପତି ଅରବିନ୍ଦ ନାୟକ, ପାରିଷଦ ଜାହିଦ ଶାହା, ସେକ ସାହିଲ କାଦ୍ରୀ, ବିଦ୍ୟାଧର ଜେନା, ସଂଜୟ ମିଶ୍ର, ସୁବ୍ରତ କୁମାର ବେହୁରା, ଗଣେଶ ମଲିକ, ରମେଶ ଚାନ୍ଦ, ଇଲ୍ଲିୟାସ ଅଲ୍ଲୀ ଖା ଖାନ, ଏନାମୁଲ ହକ, ନିମେଇଁ ଜେନା, ଦିନବନ୍ଧୁ ଦାସ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ଥିଲେ ।

01/09/2026

#ଛୀନତାଇ ଗ୍ୟାଙ୍ଗ କୁ ଧରିଲା ବସ୍ତା ପୋଲିସ, ଜଣେ ନାବାଳକ ସହ 4 ଜଣ ଗିରଫ, ବିଭିନ୍ନ ମାରନାସ୍ତ୍ର ସହ ବାଇକ ଜବତ,

ଛୀନତାଇ ଗ୍ୟାଙ୍ଗ କୁ ଧରିଲା ବସ୍ତା ପୋଲିସ, ଜଣେ ନାବାଳକ ସହ 4 ଜଣ ଗିରଫ,
01/09/2026

ଛୀନତାଇ ଗ୍ୟାଙ୍ଗ କୁ ଧରିଲା ବସ୍ତା ପୋଲିସ, ଜଣେ ନାବାଳକ ସହ 4 ଜଣ ଗିରଫ,

31/08/2026

#ବନ୍ଧୁକ ମୁନରେ
#ଲୁଟ କରୁଥିବା 5 ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ବସ୍ତା ପୋଲିସ,

31/08/2026

ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ
ଅମରେଶ ପାଣିଗ୍ରାହୀଙ୍କ କଳା କାରନାମା ପଦାକୁ ଆସିଲା!
ନିଜ ଗାଁରେ ସରକାରୀ ଜାଗା ଜବରଦଖଲ, ସରକାରୀ ଜାଗାରୁ ଗଛ କାଟିବା, ସମ୍ପର୍କୀୟଙ୍କୁ ଅସଦାଚରଣ ଆଦି ସଂଗୀନ ଅଭିଯୋଗ ଆଣିଲେ ଗ୍ରାମବାସୀ
ଜଣେ ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ବିରୁଦ୍ଧରେ ଏବେ ସଙ୍ଗୀନ ଅଭିଯୋଗ ଆସିଛି। ପୂର୍ବତନ ଅତିରିକ୍ତ ଏସପି ବସ୍ତା ବ୍ଲକ ସନ୍ତୋଷପୁର ଗ୍ରାମର ଅମରେଶ ପାଣିଗ୍ରାହୀ ନିଜ ଗ୍ରାମରେ କ୍ଷମତାର ଅପବ୍ୟବହାର କରି ବିଭିନ୍ନ ଅନିୟମିତତା କରିଥିବା ଅଭିଯୋଗ ହୋଇଛି।

31/08/2026

ଭଦ୍ରକ ଜିଲ୍ଲା
ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବନ୍ଦୀଆରି ସାହିରୁ ସାମ୍ନାକୁ ଆସିଛି ଏକ ଗୁରୁତର ଅଭିଯୋଗ। ଗତ 3 ବର୍ଷ ପୂର୍ବରୁ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବନ୍ଦୀଆରି ସାହି ଗ୍ରାମ ର ବିଷ୍ନୁ ମହାଳିକ ଙ୍କ ପୁଅ ରାଜେସ ମହାଳିକ ବୈଦିକ ରୀତିନୀତି ରେ ବାସୁଦେବପୁର ବ୍ଲକ ର ଚୂଡାମଣି ଗ୍ରାମର ଅରୁଣ ମହାଳିକ ଙ୍କ ଝିଅ ସୁଚିତ୍ରା ମହାଳିକ ଙ୍କ ସହ ବିବାହ ସମ୍ପନ୍ନ ହୋଇଥିଲା. ପ୍ରତ୍ୟେକ ଦିନ ଶଶୁର ବିଷ୍ନୁ ମହାଳିକ ରାତିରେ ତାଙ୍କ କାନ୍ଥ ଡେଇଁ ବୋହୂ ସୁଚିତ୍ରା ଶୋଇଥିବା ରୁମ୍ କୁ ପ୍ରବେଶ କରି ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।
ମହିଳାଙ୍କ କହିବା ଅନୁଯାୟୀ, ସନ୍ଧ୍ୟାରେ ତାଙ୍କୁ ନିଶା ଔଷଧ ଦେଇଥିଲେ. ସେ ଶୋଇଥିବା ସମୟରେ ଅଭିଯୁକ୍ତ ଶଶୁର ଘରେ ପ୍ରବେଶ କରିବା ପରେ ତାଙ୍କ ସହ ଅଶୋଭନୀୟ ଆଚରଣ କରିଥିବା ଏବଂ ଦୁଷ୍କର୍ମ କରିଥିଲେ। ତେବେ ଏହି ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ଘଟଣାଟି କେବଳ ଏକ ପାରିବାରିକ ବିବାଦ ନୁହେଁ, ମହିଳାଙ୍କ ସୁରକ୍ଷା ଓ ସମ୍ମାନ ସହ ଜଡିତ ଏକ ଗୁରୁତର ପ୍ରସଙ୍ଗ। ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏପରି ଘଟଣା ସମାଜ ପାଇଁ ନିଶ୍ଚିତ ଭାବେ ଚିନ୍ତାର ବିଷୟ।
ଏବେ ପ୍ରଶ୍ନ ଉଠୁଛି—ମହିଳାଙ୍କ ଅଭିଯୋଗକୁ ପୁଲିସ କିପରି ଗୁରୁତ୍ୱର ସହ ନେଉଛି? ଘଟଣାର ନିରପେକ୍ଷ ତଦନ୍ତ ହେବା ନିହାତି ଜରୁରୀ ଏବଂ
ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଘଟଣାର ସଠିକ୍ ତଦନ୍ତ କରି ସତ୍ୟ ସାମ୍ନାକୁ ଆଣିବା ସହ ଆଇନ ଅନୁଯାୟୀ ପଦକ୍ଷେପ ନେବା ଦାବି ହେଉଛି।

31/08/2026
31/08/2026

#ଭଦ୍ରକ ଜିଲ୍ଲା
ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବନ୍ଦୀଆରି ସାହିରୁ ସାମ୍ନାକୁ ଆସିଛି ଏକ ଗୁରୁତର ଅଭିଯୋଗ। ଗତ 3 ବର୍ଷ ପୂର୍ବରୁ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବନ୍ଦୀଆରି ସାହି ଗ୍ରାମ ର ବିଷ୍ନୁ ମହାଳିକ ଙ୍କ ପୁଅ ରାଜେସ ମହାଳିକ ବୈଦିକ ରୀତିନୀତି ରେ ବାସୁଦେବପୁର ବ୍ଲକ ର ଚୂଡାମଣି ଗ୍ରାମର ଅରୁଣ ମହାଳିକ ଙ୍କ ଝିଅ ସୁଚିତ୍ରା ମହାଳିକ ଙ୍କ ସହ ବିବାହ ସମ୍ପନ୍ନ ହୋଇଥିଲା. ପ୍ରତ୍ୟେକ ଦିନ ଶଶୁର ବିଷ୍ନୁ ମହାଳିକ ରାତିରେ ତାଙ୍କ କାନ୍ଥ ଡେଇଁ ବୋହୂ ସୁଚିତ୍ରା ଶୋଇଥିବା ରୁମ୍ କୁ ପ୍ରବେଶ କରି ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।
ମହିଳାଙ୍କ କହିବା ଅନୁଯାୟୀ, ସନ୍ଧ୍ୟାରେ ତାଙ୍କୁ ନିଶା ଔଷଧ ଦେଇଥିଲେ. ସେ ଶୋଇଥିବା ସମୟରେ ଅଭିଯୁକ୍ତ ଶଶୁର ଘରେ ପ୍ରବେଶ କରିବା ପରେ ତାଙ୍କ ସହ ଅଶୋଭନୀୟ ଆଚରଣ କରିଥିବା ଏବଂ ଦୁଷ୍କର୍ମ କରିଥିଲେ। ତେବେ ଏହି ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ଘଟଣାଟି କେବଳ ଏକ ପାରିବାରିକ ବିବାଦ ନୁହେଁ, ମହିଳାଙ୍କ ସୁରକ୍ଷା ଓ ସମ୍ମାନ ସହ ଜଡିତ ଏକ ଗୁରୁତର ପ୍ରସଙ୍ଗ। ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏପରି ଘଟଣା ସମାଜ ପାଇଁ ନିଶ୍ଚିତ ଭାବେ ଚିନ୍ତାର ବିଷୟ।
ଏବେ ପ୍ରଶ୍ନ ଉଠୁଛି—ମହିଳାଙ୍କ ଅଭିଯୋଗକୁ ପୁଲିସ କିପରି ଗୁରୁତ୍ୱର ସହ ନେଉଛି? ଘଟଣାର ନିରପେକ୍ଷ ତଦନ୍ତ ହେବା ନିହାତି ଜରୁରୀ ଏବଂ
ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଘଟଣାର ସଠିକ୍ ତଦନ୍ତ କରି ସତ୍ୟ ସାମ୍ନାକୁ ଆଣିବା ସହ ଆଇନ ଅନୁଯାୟୀ ପଦକ୍ଷେପ ନେବା ଦାବି ହେଉଛି।

Address

Balasore

Telephone

+917894515139

Website

Alerts

Be the first to know and let us send you an email when News Odia Baleswar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category