09/10/2021
ଆଜି ଜଣେ ବନ୍ଧୁ ତାଙ୍କ ସାଥିରେ
ସାନ୍ଧ୍ୟ ଭ୍ରମଣ କରିବାକୁ ଡାକିଲେ।
କିଛି ବାଟ ଗଲାପରେ ମୋତେ
ହଠ।ତ ପ୍ରଶ୍ନ କଲେ ଆମର ଗତି କୁଆଡେ ? ମୁଁ ତାଙ୍କ ପ୍ରଶ୍ନ ଠିକ୍
ବୁଝି ପାରିଲି। କହିଲି ସବୁ ଗୋଟେ
ଦଦରା ଡ଼ଙ୍ଗାରେ ସାଥୀ ହେଇ
ବସିଛେ। ଜଗନ୍ନାଥ ଭରଷା।
ପ୍ରସଙ୍ଗ ଥିଲା କେମିତି ସରକାରୀ
ଜାଗାରେ ଥିବା ପୁରୁଣା ନାଳ , ନର୍ଦ୍ଦମା , ଆଉ ବଳକା ଜଳ ନିଷ୍କାସନ
ପାଇଁ ଥିବା ଡ୍ରେନ୍ ସବୁ ପୋତି
ଵାସୋପ ଯୋଗୀ ଘର ସବୁ
ତୋଳା ହୋଇ ଗଲାଣି। ଯଦି ବଡ଼
ଧରଣର ବର୍ଷା କିଛି ଦିନ ଲାଗି ରହେ
ତେବେ ଅନେକ ଲୋକଙ୍କ ଘରେ
ପାଣି ପଶିବା ନିଶ୍ଚିତ। ରାସ୍ତା ସମ୍ପ୍ରସାରଣ ନାମରେ କେତେ ସହସ୍ର
ଗଛ କଟା ହେଲା ତାର ହିସାବ ନାହିଁ। ଆଉ ସେତେ କୁଆ ଦେଖା ଯାଉ ନାହାଁନ୍ତି। କୁଆ ମଇଳା ସବୁ
ଖାଇ ପରିବେଶ ସଫା ରଖୁଥିଲେ।
ଆମର ଟଂକା ଦରକାର। ଏ ସବୁ
ଭାବିବାକୁ ବେଳ ନାହିଁ। ଏମିତି କଥା
ହେଉ ହେଉ ଆମେ କେତେବେଳେ
ଆସି ଘର ପାଖେ ପହଂଚିଲୁ ,ତାହା
ଜଣା ପଡ଼ିଲା ନାହିଁ।
ଏଇ ଆମ ସଂସାର ।ଏମିତି ଏଠି
ଯନ୍ତ୍ରଣାରେ ଜୀବନ କାଟୁଛେ।
କାହାକୁ କହିବା ଏ ସତ କଥା ?
ଅଜାଗା ଘା ଦେଖି ହେଉନି। କି
ଦେଖେଇ ହେଉନି। ଆରେ ,ପୁଣି
ଡରେଇଲାଣୀ ବାଡ଼ିପଡା
ଅଳପେଇସ ,ନିଆଁ ଲଗା କୋଭିଡ଼ର
ତୃତୀୟ ଲହର ।
ବାଇ ମନ ମୋର କାହିଁକି ବୁଝୁନୁ
ନଈ ବନ୍ଧ ଟଳ ମଳ
ଘାଇ ମୁହଁ ଜଗ ଉଜାଗ ରହି ତୁ
କରନା ଆଉ ଉଛୁର।
ଭାବିଛୁ କି ତୁହି ଚୁଟି କଳା କଲେ
କାଳ ତତେ ଦେବ ଛାଡି
ପରୀ ଜେଜେ ଆମ କହନ୍ତି ସର୍ବଦା
କାଳ ନୁହଇଂ କାହାରି।।